ନୂଆଦିଲ୍ଲୀ,୨୦।୧୨: ପେଟିଏମ୍ ମୋବାଇଲ ଆପ୍ ଜରିଆରେ ଏଲ୍ପିଜି ସିଲିଣ୍ଡରର ବୁକିଂ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳିବ। ପ୍ରଥମ ଥର ପାଇଁ କମ୍ପାନୀ ଏହି ଅଫର ଆଣିଛି। ଯଦି ଆପଣ ଅନ୍ୟ କୌଣସି ମାଧ୍ୟମରେ ସିଲିଣ୍ଡର ବୁକିଂ କରି ଆସୁଥିଲେ ଏଥର ପେଟିଏମ୍ ଜରିଆରେ ଗ୍ୟାସ୍ ବୁକିଂ କରି ଏହାର ଲାଭ ଉଠାଇପାରିବେ। ତେବେ ଗ୍ରାହକ ଏହି ଅଫର୍ର ଫାଇଦା ପାଇବା ଲାଗି ପ୍ରୋମ କୋର୍ଡ କରିବାକୁ ପଡ଼ିବ। ଏହାପରେ କ୍ୟାଶବ୍ୟାକ୍ ମିଳିବ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଫର ରହିବ ବୋଲି କମ୍ପାନୀ କହିଛି। ଗ୍ରାହକଙ୍କୁ ପ୍ରୋମୋ କୋର୍ଡ ପେଟିଏମ୍ ଆପ୍ର ପ୍ରୋମୋ ସେକ୍ସନ ଜରିଆରେ ମିଳିବ। ‘FIRSTLPG’ ଦେବାକୁ ହେବ। ମନେରଖନ୍ତୁ ଜଣେ ଗ୍ରାହକକୁ ଥରିଏ ମାତ୍ର ଏହି ସୁବିଧା ମିଳିବ।