Categories: ଜାତୀୟ

ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ: ୯ ମୃତ

ଅହମଦାବାଦ, ୨୫।୭: ଗୁଜରାଟର ଅହମଦାବାଦ ସହର ଉପକଣ୍ଠ ଏକ ଘରେ ଏଲ୍‌ପିଜି ସିଲିଣ୍ଡର ଗ୍ୟାସ୍‌ ଲିକ୍‌ରୁ ବିସ୍ଫୋରଣ ଘଟି ୪ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୦ ତାରିଖରେ ଏହି ବିସ୍ଫୋରଣ ଘଟିଥିଲା। ଗୁରୁତର ଆହତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ୩ ଓ ଶୁକ୍ରବାର ୫ ଜଣ ପ୍ରାଣ ହରାଇଥିବାବେଳେ ଶନିବାର ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ମଧ୍ୟପ୍ରଦେଶର କେତେଜଣ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟ ଏକ ଛୋଟ କୋଠରିରେ ଶୋଇଥିବାବେଳେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏ ସମ୍ପର୍କରେ ସେମାନଙ୍କୁ ଜଣାଇବାକୁ ପଡୋଶୀ କବାଟ ବାଡ଼େଇଥିଲେ। ଜଣେ ଶ୍ରମିକ ଉଠିପଡ଼ି ଲାଇଟ୍‌ ସୁଇଚ ଅନ୍‌ କରିବାରୁ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା।

Share