Categories: ଜାତୀୟ

ହୋମ୍‌ ଡେଲିଭରୀବେଳେ ଗ୍ୟାସ୍‌ ସିଲିଣ୍ଡରରେ ଥିଲା ଏମିତି କିଛି, ଦେଖି ଉଡିଗଲା ହୋସ୍‌

ଚଣ୍ଡିଗଡ, ୨୮।୮: ଯଦି ଆପଶ ଏବେ ଘରକୁ ଏ୍‌ପିଜି ସିଲିଣ୍ଡର ଆଣୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ସିଲିଣ୍ଡର ସହ ସାପ ମଧ୍ୟ ଆପଣଙ୍କୁ ଘରକୁ ପ୍ରବେଶ କରିପାରେ। ଏହାର ସଦ୍ୟଥଢ଼ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ। ଫତେହବାଦରେ ଥିବା ପ୍ରଭାକର କଲୋନୀରେ ଜଣେ ବ୍ୟକ୍ତିଙ୍କ ଘରେ ଏଲ୍‌ପିଜି ସିଲିଣ୍ଡରର ହୋମ ଡେଲିଭରୀ କରାଯାଇଥିଲା। ଏହି ସିଲିଣ୍ଡର ନେଇ ଯାଉଥିବାବେଳେ ଏହାର ପଛ ପାର୍ଶ୍ୱରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ତାଙ୍କ ହୋସ୍‌ ଉଡିଯାଇଥିଲା। ସିଲିଣ୍ଡରକୁ ଫୋପାଡି ଦେଇ ସ୍ନେକ ହେଲ୍ପ ଲାଇନ୍‌କୁ ଡକାଇଥିଲେ। ସ୍ନେକ ହେଲ୍ପ ଲାଇନ୍‌ର କର୍ମଚାରୀମାନେ ଘଟଣାସ୍ଥଳରେ ହଞ୍ଚି ସତର୍କତାର ସହ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ।

Share