Categories: ଜାତୀୟ

ମାସ ଆରମ୍ଭରୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧।୫: ମାସ ଆରମ୍ଭରୁ ବଢିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଟଙ୍କା ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ଦାମ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ। ଏହି ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ପିଛା ୨,୩୩୫ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କେଜି ଗ୍ୟାସ ସିଲିଣ୍ଡରର ଦାମ ୨,୪୫୫ ଟଙ୍କା ଥିବା ବେଳେ ମୁମ୍ବାଇରେ ୨,୩୦୭ଟଙ୍କା। ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦାମ ୨,୫୦୮ଟଙ୍କାରେ ପହଞ୍ଚିଛି।

Share