Categories: ଜାତୀୟ

ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୨୨।୩: ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ଼। ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ  ୫୦ ଟଙ୍କା ବୃଦ୍ଧି ପାଇଛି। ସୋମବାର ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି। ଶେଷ ଥର ପାଇଁ ଅକ୍ଟୋବର ୬ରେ ଘରୋଇ ସିଲିଣ୍ଡର ଦାମ ବଢିଥିଲା।

ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏଲ୍‌ପିଜି ସିଲିଣ୍ଡର ଦାମ ପୂର୍ବରୁ ୯୨୬ ଟଙ୍କା ଥିବା ବେଳେ ବର୍ତ୍ତମାନ ୯୭୬ ଟଙ୍କା ହୋଇଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ଦାମ ୯୩୮ ଟଙ୍କାରୁ ୯୮୭.୫ ଟଙ୍କାରେ ପହଞ୍ଚିଛି। ପାଟଣାରେ ସିଲିଣ୍ଡର ଦାମ ହଜାରେ ପାର୍‌ କରିଛି। ପୂର୍ବରୁ ଏଠାରେ ସିଲିଣ୍ଡର ପିଛା ୯୯୮ ଟଙ୍କା ଥିବା ବେଳେ ତାହା ୧୦୩୯.୫ ଟଙ୍କା ହୋଇଛି। ମୁମ୍ବାଇରେ ଏଲପିଜି ସିଲିଣ୍ଡର ୮୯୯.୫ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କା ହୋଇଛି। ଚେନ୍ନାଇରେ ପୂର୍ବରୁ ସିଲିଣ୍ଡର ପିଛା ଦାମ ୯୧୫.୫ ଟଙ୍କା ଥିବା ବେଳେ ବର୍ତ୍ତମାନ ୯୬୫.୫ ଟଙ୍କା ହୋଇଛି।

Share