Categories: ଜାତୀୟ

ପୁଣି କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୯: ସରକାର ଘରୋଇ ଗ୍ୟାସ୍‌ ପରେ ବର୍ତ୍ତମାନ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଛି। ଏହା ଆଜିଠାରୁ ଲାଗୁ ହେବ। କିଛି ଦିନ ପୂର୍ବରୁ ଘରୋଇ ଗ୍ୟାସ୍‌ ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇଥିଲା।
କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି। କୋଲକାତାରେ ଆଜିଠାରୁ ସିଲିଣ୍ଡର ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୦.୫୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୪୮୨ ଟଙ୍କାକୁ ଖସି ଆସିଛି।

Share