Categories: ଜାତୀୟ

କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି। ଏଥର କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଜୁଲାଇ ୪ରେ ୧୭୮୦ ଟଙ୍କାରେ ପହଞ୍ଚିଥିଲା।
କୋଲକାତାରେ କମର୍ସିଆଲ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୩ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ୧୮୦୨.୫୦ ଟଙ୍କାରେ ଏଠାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ବିକ୍ରି ହେବ। ଚେନ୍ନାଇରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୮୫୨.୫୦ ଟଙ୍କାକୁ ବୃଦ୍ଧି ପାଇଛି।
ମାର୍ଚ୍ଚରୁ ଘରୋଇ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାର୍ଚ୍ଚରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

Share