Categories: ଜାତୀୟ

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୯ ।୫: ଦେଶରେ ଲଗାତାର ଭାବେ ଘରୋଇ ଏଲପିଜି ସିଲିଣ୍ଡରର ଦାମ ବଢିବାରେ ଲାଗିଛି । ପୁଣିଥରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଏବେ ସାରା ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ୧୦୦୦ ଟଙ୍କା ଉପରକୁ ଚାଲି ଯାଇଛି । ଏବେ ଘରୋଇ ଗ୍ୟାସ ସିଲିଣ୍ଡର ୩ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିବା ବେଳେ କମର୍ସିଆଲ ସିଲିଣ୍ଡରର ଦାମ ୮ ଟଙ୍କା ବୃଦ୍ଧି ହୋଇଛି ।
ଗୁରୁବାରଠାରୁ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୧୪.୨ କିଲୋକୁ ୧୦୦୩ଟଙ୍କା, କୋଲକାତାରେ ୧୦୨୯ ଟଙ୍କା ଓ ମୁମ୍ବାଇରେ ୧୦୧୮ ଟଙ୍କା ୫୦ ପଇସାରେ ମିଳିବ । କିଛିଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡର ଦାମ ୮୦୯ ଟଙ୍କାରୁ ବୃଦ୍ଧି ହୋଇ ୧୦୦୩ ଟଙ୍କାରେ ପହଞ୍ଚିଲାଣି ।

Share