Categories: ଜାତୀୟ

ହୋଲି ପୂର୍ବରୁ ଗ୍ରାହକଙ୍କୁ ଝଟକା, ଘରୋଇ ଏଲପିଜି ସିଲିଣ୍ଡର ହେଲା ମହଙ୍ଗା

ନୂଆଦିଲ୍ଲୀ,୧ ।୩: ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ରାଜଧାନୀ ଦିଲ୍ଲୀରେ ବୁଧବାରଠାରୁ ଘରୋଇ ଏଲପିଜି ସିଲିଣ୍ଡରର ଦାମ ୧୧୦୩ ଟଙ୍କା ହୋଇଯାଇଛି । ପୂର୍ବରୁ ଏହାର ଦାମ ୧୦୫୩ ଟଙ୍କା ଥିଲା ।
ସେହିପରି କମର୍ସିଆଲ ସିଲିଣ୍ଡର ଦାମ ବି ବୃଦ୍ଧି କରାଯାଇଛି । କମର୍ସିଆଲ ସିଲିଣ୍ଡରର ଦାମ ୩୫୦ ଟଙ୍କା ବୃଦ୍ଧି କରାଯାଇଛି । ହୋଲି ପୂର୍ବରୁ ଏହା ଗ୍ରାହକଙ୍କୁ ବଡ ଝଟକା ଦେଇଛି ।

Share