ନୂଆଦିଲ୍ଲୀ: ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାାଇ ଦେଇଛି। ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର ମଧ୍ୟ ରାତ୍ରରୁ ନୂଆଦିଲ୍ଲୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ବର୍ଦ୍ଧିତ ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଓଜନର ସବସିଡାଇଜଡ୍ ଗ୍ୟାସ ସିଲଣ୍ଡର ପିଛା ଦର ୭୬୯ଟଙ୍କାରେ ପହଞ୍ଚିବ। ରାଜଧାନୀ ଦିଲ୍ଲୀରେ ସବସିଡି ଥିବା ଗ୍ୟାସ୍ ସିଲିଣ୍ଡର ପ୍ରତି ମୂଲ୍ୟ ୭୬୯ ଟଙ୍କା ହୋଇଛି। ସେପଟେ ଭୁବନେଶ୍ୱରରେ ଗ୍ୟାସ ଦର ୭୪୫ ଟଙ୍କା ରହିଥିବା ଜଣାପଡିଛି।