Categories: ବାଣିଜ୍ୟ

ବଢ଼ିଲା ରୋଷେଇ ଗ୍ୟାସ ଦର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି କେତେ ଟଙ୍କା ଦେବାକୁ ହେବ…

ନୂଆଦିଲ୍ଲୀ,୧।୭: ବଢ଼ିଲା ରନ୍ଧନ ଗ୍ୟାସ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏ ବଢ଼ାଇଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ଅଣ ସବ୍‌ସିଡିଯୁକ୍ତ ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ତେବେ ଦର ବଢ଼ିବା ପରେ ଏଣିକି ଅଣ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୮୩୪.୫୦ ପଇସା ଦେବାକୁ ହେବ। ପୂର୍ବରୁ ଏହି ଦର ୮୦୯ଟଙ୍କା ରହିଥିଲା।

ଦିଲ୍ଲୀରେ ସିଲିଣ୍ଡର ପିଛା ଦର ୮୩୪.୫୦ ଟଙ୍କା ଥିବା ବେଳେ କୋଲକାତାରେ ଦର ୮୬୧ଟଙ୍କା ରହିଛି। ସେହିଭଳି ମୁମ୍ବାଇରେ ସିଲିଣ୍ଡର ପ୍ରତି ଦର ୮୩୪.୫୦, ଚେନ୍ନାଇରେ ଦର ୮୫୦ ଟଙ୍କା ରହିଛି।

Share