Categories: ଜାତୀୟ

ଗ୍ରାହକଙ୍କ ପାଇଁ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨୨।୧୨: ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ ଏକ ଖୁସି ଖବର ମିଳିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୦ ଟଙ୍କା ହ୍ରାସ କରିଛନ୍ତି। ଫଳରେ ୧୯ କିଲୋଗ୍ରାମ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ଗ୍ରାହକମାନେ ଲାଭ ପାଇବାକୁ ଯାଉଛନ୍ତି। ଘରୋଇ ଏଲପିଜି ସିଲିଣ୍ଡର କ୍ଷେତ୍ରରେ, ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସରକାରୀ ତୈଳ ମାର୍କେଟିଂ କମ୍ପାନୀ ୧୯ କିଲୋଗ୍ରାମ ଏଲପିଜ ସିଲିଣ୍ଡରର ମୂଲ୍ୟ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି। ଏଲପିଜୀ ସିଲିଣ୍ଡରର ନୂତନ ମୂଲ୍ୟ ଆଜି ଅର୍ଥାତ୍‌ ଡିସେମ୍ବର ୨୨ରୁ କାର୍ଯ୍ୟକାରୀ ହୋଇଛି। ଏହାର ଅର୍ଥ ହେଉଛି ଦେଶର ସମସ୍ତ ପ୍ରମୁଖ ସହରରେ ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି।

Share