Categories: ଖେଳ

ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ…

ଲକ୍ଷ୍ନୌ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ ବଳ କଷିବେ।

ପଏଣ୍ଟ ଟେବୁଲରେ ଏଲଏସଜି ତୃତୀୟ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ୦.୬୩୯ ରହିଛି। ସେହିପରି ସିଏସକେ ଚତୁର୍ଥ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ୦.୩୨୯ ରହିଛି। ]

ଏଲଏସଜି ଟିମ୍‌ରେ କେଏଲ ରାହୁଲ (ଅଧିନାୟକ), ନିକୋଲାସ ପୁରାନ (ଓ୍ବିକେଟ କିପର), କାଇଲ ମାୟର୍ସ, ଦୀପକ ହୁଡା, ମାର୍କସ ଷ୍ଟୋଇନିସ, କ୍ରୁନାଲ ପାଣ୍ଡ୍ୟା, କୃଷ୍ଣପ୍ପା ଗୋଥାମ, ରବି ବିଶ୍ନୋଇ, ଅମିତ ମିଶ୍ର, ନବୀନ-ଉଲ-ହକ, ଯଶ ଠାକୁର, ଆୟୁଷ ଖଡନୀ , ଡାନିଏଲ ସାମସ, କ୍ୱିଣ୍ଟନ ଡି କକ, ପ୍ରେନାକ ମାନକଡ, ମନନ ଭୋହ୍ରା, ମାର୍କ ଉଡ, ଜୟଦେବ ଉନାଦକାଟ, ସ୍ବପ୍ନିଲ ସିଂ, ମୋହସିନ ଖାନ, ରୋମାରିଓ ଶେଖର, ଆର୍ପିଟ ଗୁଲେରିଆ, ଯୁଧବୀର ସିଂ ଚାରାକ, କରଣ ଶର୍ମା ପ୍ରମୁଖ ଅଛନ୍ତି।

ସେହିପରି ସିଏସକେ ଦଳରେ ଏମଏସ ଧୋନି (ଅଧିନାୟକ/ ଓ୍ବିକେଟ କିପର), ରୁତୁରାଜ ଗାଇକୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମାଥେଶା ପାଥିରାନା, ତୁଶର ଦେଶପାଣ୍ଡେ, ମହେଶ ଥିଶାନା, ଆକାଶ ସିଂ, ଡୱାଇନ ପ୍ରିଟୋରିୟସ, ସୁଭ୍ରାନ୍ସୁ ସେନାପତି, ଆର.ଏସ ହଙ୍ଗରଗେକର, ଶେଖ ରସିଦ, ମିଚେଲ ସାଣ୍ଟନର୍‌, ସିସଣ୍ଡା ମାଗାଲା, ଅଜୟ ଯାଦବ ମଣ୍ଡଳ, ପ୍ରଶାନ୍ତ ସୋଲାନକି, ସିମରଜିତ ସିଂ, ଭାଗବତ ଭର୍ମା, ନିଶାନ୍ତ ସିନ୍ଧୁ ରହିଛନ୍ତି।

Share