Categories: ଖେଳ

ପିବିକେଏସକୁ ୧୬୦ ରନର ବିଜୟ ଲକ୍ଷ୍ୟ ଦେଲା ଏଲଏସଜି…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି।

ପିବିକେଏସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ସାମ କରନଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଏଲଏସଜି ଟିମ ଅଧିନାୟକ କେ.ଏଲ.ରାହୁଲଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।
ପିବିକେଏସ ଅଧିନାୟକ ଶିଖର ଧାଓ୍ବନ ମ୍ୟାଚରେ ଖେଳୁ ନ ଥିବାରୁ ତାଙ୍କ ସ୍ଥାନରେ ସାମ କରନ ଅଧିନାୟକତ୍ୱ କରିଥିଲେ।
ପ୍ରଥମେ ବ୍ୟାଟିଂ କରି ଏଲଏସଜି ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ କରିଥିଲା। ଫଳରେ ପିବିକେଏସ ପାଇଁ ବିଜୟ ଲକ୍ଷ୍ୟ ୧୬୦ ରନ ରହିଛି।

ଏଲଏସଜି ପକ୍ଷରୁ କେଏଲ ରାହୁଲ ୭୪ ରନ କରିଥିବାବେଳେ କାୟଲ ମେୟର ୨୯, କୃନାଲ ପାଣ୍ଡ୍ୟା ୧୮, ମାର୍କସ ଷ୍ଟୋଇନିଶ୍‌ ୧୫ ରନ କରିଥିଲେ।

Share