ବିଦାୟ ନେଲା କେକେଆର୍‌

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଲକ୍ଷ୍ନୌର ୨୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକତା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟାସ ଆୟାର ସର୍ବାଧିକ ୫୦ ରନ୍‌ ସ୍କୋର କରିଥିଲେ। ଲକ୍ଷ୍ନୌ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ସର୍ବାଧିକ ୩ଟି ଉଇକେଟ ନେଇଥିଲେ।

ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ବିନା ଉଇକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଥିଲା। ଲକ୍ଷ୍ନୌ ଦଳ ପକ୍ଷରୁ କ୍ୱିଣ୍ଟନ୍‌ ଡିକକ୍‌ ଶତକ ଅର୍ଜନ କରିଥିବାବେଳେ କେଏଲ୍‌ ରାହୁଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ଡି କକ୍‌ ୭୦ ବଲ୍‌ରୁ ୧୦ ଚୌକା ଏବଂ ୧୦ ଛକା ସହାୟତାରେ ୧୪୦ ରନ୍‌ କରିଥିଲେ। ସେହିପରି ରାହୁଲ ୫୧ଟି ବଲ୍‌ରୁ ୬୮ ରନ୍‌ କରି ଅପରାଜିତ ରହିଥିଲେ।

କୋଲକତା ଆଜିର ମ୍ୟାଚ୍‌ରେ ପରାସ୍ତ ହୋଇ ପ୍ଲେ ଅଫ୍‌ରୁ ବାଦ୍‌ ପଡିଛି। ସେପଟେ ଲକ୍ଷ୍ନୌ ଏହି ମ୍ୟାଚ୍‌ ଜିତି ପ୍ଲେ ପାଇଁ ଯୋଗ୍ୟତା ଅର୍ଜନ କରିଛି।

Share