ମୁମ୍ବାଇ,୧୦।୪: ଆଜି ଆଇପିଏଲ୍ ‘ସୁପର୍ ସନ୍ଡେ’ର ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ସିଜନରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟି ଜିତିଛି। ଏଥିସହିତ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୪ରୁ ୩ଟି ଜିତିଛି। ଉଭୟ ଦଳ ଏପର୍ଯ୍ୟନ୍ତ ୧-୧ ମ୍ୟାଚ ହାରିଛନ୍ତି।