Categories: ଖେଳ

୧ ରନରେ  ଜିତିଲା ଏଲଏସଜି…

କୋଲକାତା,୨୦।୫ : ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର)   ବିପକ୍ଷରେ   ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ୧ ରନରେ ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି କେକେଆର ୨୦ ଓଭରରେ ୭ ୱିକେଟ ହରାଇ  ୧୭୫  ରନ କରିଥିଲା।

କେକେଆର  ପକ୍ଷରୁ ଜାଶନ ରାୟ  ୪୫ ରନ କରିଥିବାବେଳେ ଭେଙ୍କଟେଶ ଆୟର ୨୪ ରନ, ରହମତୁଲ୍ଲା ଗୁରବାଜ ୧୦ ରନ, ରିଙ୍କୁ ସିଂ ୬୭ ରନ କରିଥିଲେ ।

କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ନୀତିଶ ରାଣାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ଏଲଏସଜି ଦଳ ଅଧିନାୟକ କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଏଊଏସଜି ୮ ଓ୍ବିକେଟ ହରାଇ ୧୭୬ ରନ କରିଥିଲା।  ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ ରହିଥିଲା।

ଏଊଏସଜି ପକ୍ଷରୁ କ୍ୱିଟେନ ଡି କକ ୨୮ ରନ କରିଥିବାବେଳେ ପ୍ରେରକ ମଙ୍କଡ଼ ୨୬ ରନ, ନିକୋଲସ ପୂରନ ୫୮ ରନ, ଆୟୁଷ ବାଦୋନି ୨୫ ରନ ଏବଂ କ୍ରିଷ୍ଣପ୍ପା ଗୋଥମ ୧୧ ରନ କରିଥିଲେ।

 

 

 

Share