Categories: ଖେଳ

୫ ରନରେ ଜିତିଲା ଏଲଏସଜି…

ଲକ୍ଷ୍ନୌ,୧୬।୫ : ଆଇପିଏଲ ୨୦୨୩ର ୬୩ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)

ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବିପକ୍ଷରେ   ୫ ରନରେ   ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୨୦ ଓଭରରେ ୫ ୱିକେଟ ହରାଇ   ୧୭୨ ରନ କରିଥିଲା ।

ଏମଆଇ ପକ୍ଷରୁ ଇଶାନ କିଶନ ୫୯ ରନ କରିଥିବାବେଳେ ରୋହିତ ଶର୍ମା ୩୭  ରନ, ନେହାଲ ୱେଧରା ୧୬ ରନ, ଟିମ ଡେଭିଡ ୩୨ ରନ କରିଥିଲେ ।

ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଏଲଏସଜି ଦଳ ଅଧିନାୟକ କୃଣାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲେ।

ଧାର୍ଯ୍ୟ ୨୦ ଓଭରରେ ଏଲଏସଜି ୩ ଓ୍ବିକେଟ ହରାଇ ୧୭୭ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ ରହିଥିଲା।

ଏଲଏସଜି ପକ୍ଷରୁ କ୍ୱିଣ୍ଟୋ ଡି କକ ୧୬ ରନ କରିଥିବାବେଳେ କୃନାଲ ପାଣ୍ଡ୍ୟା ୪୯ ରନ, ମାର୍କୋସ ଷ୍ଟୋନିସ ୮୯ ରନ କରିଥିଲେ।,

Share