ନୂଆଦିଲ୍ଲୀ,୨୯।୪: ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁଙ୍କୁ ସ୍ଥଳସେନାର ଉପ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ମେ’ ୧ରୁ ଦାୟିତ୍ୱ ନେବେ। ଶୁକ୍ରବାର ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀରୁ ପାସ କରିିଥିବା ଲେଫ୍ଟନାଣ୍ଟ ଜେନେରାଲ ରାଜୁ ୧୯୮୪ ଡିସେମ୍ବର ୫ରେ ଜାଠ ରେଜିମେଣ୍ଟରେ ସାମିଲ ହୋଇଥିଲେ। ଏଲ୍ଏସି ବିବାଦ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ୩୮ ବର୍ଷର ସେନା କ୍ୟାରିୟରରେ ସେ ଅନେକ ପଦପଦବୀରେ କାମ କରିଛନ୍ତି।
ସ୍ଥଳ ସେନାର ଉପ ମୁଖ୍ୟ ଭାବେ କାମ କରୁଥିବା ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶନିବାର ଶେଷ ହେଉଛି। ତେବେ ତାଙ୍କୁ ଏପ୍ରିଲ ୧୮ରେ ସ୍ଥଳ ସେନା ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଏପ୍ରିଲ ୩୦ରେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ହିଁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ଦେଶର ସେନାଧ୍ୟକ୍ଷ ହେବେ।