Categories: ଜାତୀୟ

ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ସ୍ଥଳସେନାର ପରବର୍ତ୍ତୀ ଉପମୁଖ୍ୟ ଭାବେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନର ସ୍ଥଳସେନା ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଜାନୁୟାରୀ ୩୧ରେ ଅବସର ନେବାକୁ ଥିବାବେଳେ ତାଙ୍କ ସ୍ଥାନରେ ମନୋଜ ଯୋଗଦେବେ।

Share