Categories: ଜାତୀୟ

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା ପାଇଁ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଛି। ଏଭଳି ନିର୍ଦ୍ଦେଶନାମାକୁ ଡିସିଡବ୍ଲ୍ୟୁର ପୂର୍ବତନ ଅଧ୍ୟକ୍ଷା ତଥା ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିଓ୍ବାଲ ନିନ୍ଦା କରିଛନ୍ତି।

ଠିକା କର୍ମଚାରୀମାନଙ୍କୁ ବିଦା କରିବା ପାଇଁ ଉପରାଜ୍ୟପାଳ ତୋଗଲଗୀ ନିର୍ଦ୍ଦେଶନାମା ଜାରି କରିଥିବା ସେ କହିଛନ୍ତି। ଯଦି ସବୁ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଏ ତେବେ ମହିଳା କମିଶନରେ ତାଲା ପଡ଼ିଯିବ। କର୍ମଚାରୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କୁ ମୂଳରୁ ମାରିଦିଆଯାଉଛି। ମୁଁ ବଞ୍ଚିଥିବାଯାଏ ମହିଳା କମିଶନକୁ ବନ୍ଦ ହେବାକୁ ଦେବିନାହିଁ ବୋଲି ସ୍ବାତୀ କହିଛନ୍ତି।

Share