Categories: ଜାତୀୟ

ଏଲଜି ଇସ୍ତଫା ଦେଇଦେବା ଉଚିତ୍‌: ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ପ୍ରଗତି ମଇଦାନରେ ଟନେଲ ଲୁଟ ଭିତରେ ହୋଇଥିବା ଲୁଟର ସିସିଟିଭି ଫୁଟେଜ ଶେୟାର କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଏଲଜି ଇସ୍ତଫା ଦେଇଦେବା ଉଚିତ୍‌। ଏଭଳି ବ୍ୟକ୍ତିଙ୍କ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ, ଯିଏ ଦିଲ୍ଲୀର ଲୋକଙ୍କୁ ସୁରକ୍ଷା ଯୋଗାଇ ପାରିବ। ଯଦି କେନ୍ଦ୍ର ସରକାର ଦିଲ୍ଲୀକୁ ସୁରକ୍ଷିତ କରିପାରୁ ନାହାଁନ୍ତି, ତେବେ ଏହାକୁ ଆମକୁ ହସ୍ତାନ୍ତର କରନ୍ତୁ। ନାଗରିକମାନଙ୍କ ପାଇଁ ଏକ ସହରକୁ କିପରି ସୁରକ୍ଷିତ କରାଯାଇପାରିବ ଆମେ ଆପଣଙ୍କୁ ଦେଖାଇବୁ। ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାରରେ ଆଇନ ଶୃଙ୍ଖଳା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନରେ ଅଛି।

Share