ଭୁବନେଶ୍ୱର: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି ) ୨୦୨୧ରେ ୧୧୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ବୋଲି ଯୋଜନା କରିଥିବା ସୂଚନା ମିଳିଛି। କମ୍ପାନୀ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ, ଗୁଆହାଟୀ, ଭୁବନେଶ୍ୱର, ବମ୍ବେ, ଦିଲ୍ଲୀ, ରୁର୍କୀ, ଖଡ଼ଗପୁର, ଧାନବାଦ, ହାଇଦ୍ରାବାଦ ଭଳି ଅନୁଷ୍ଠାନରୁ ୨୫୦ ଦକ୍ଷ ଇଞ୍ଜିନିୟରଙ୍କୁ ଅଫର ପ୍ରଦାନ କରିଥିବା ଜଣାପଡିଛି। ସେହିଭଳି ଦେଶର ବିଭିନ୍ନ ସ୍ଥାନରେ କମ୍ପାନୀର ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସେ ସବୁ ସ୍ଥାନ ପାଇଁ ଇଞ୍ଜିନିୟରଙ୍କ ଆବଶ୍ୟକତା ରହିଛି। ଏହାକୁ ନଜରରେ ରଖି କମ୍ପାନୀ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଇଞ୍ଜିନିୟରଙ୍କୁ ଆଗାମୀ ଦିନରେ ନିଯୁକ୍ତ ପ୍ରଦାନ କରିବ ବୋଲି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।