ନୂଆଦିଲ୍ଲୀ,୧୩।୨ : ତାମିଲ ନେତା ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶ୍ୱ ତାମିଲ ଫେଡେରେଶନ ସଭାପତି ପାଜା ନେଡୁମାରନ କହିଛନ୍ତି ଯେ ଆମ ତାମିଲ ଜାତୀୟ ନେତା ପ୍ରଭାକରନ ଜୀବିତ ଏବଂ ସେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଁ ଖୁସି ଅନୁଭବ କରୁଛି। ସେ କହିଛନ୍ତି, ଖୁବ ଶୀଘ୍ର, ଯେତେବେଳେ ସମୟ ଠିକ ହେବ, ସେତେବେଳେ ପ୍ରଭାକରନ ବିଶ୍ୱର ସାମ୍ନାକୁ ଆସିବେ ।
ମୁଁ ଆଶା କରୁଛି ଏହି ଖବର ଏଲଟିଟିଇ ମୁଖିଆଙ୍କ ବିଷୟରେ ବିସ୍ତାର ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ନେଡୁମାରନ କହିଛନ୍ତି। ସେ ଖୁବ ଶୀଘ୍ର ତାମିଲ ଜାତିର ମୁକ୍ତି ପାଇଁ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ଦୁନିଆର ସମସ୍ତ ତାମିଲ ଲୋକ ଏକଜୁଟ ହୋଇ ତାଙ୍କୁ ସମର୍ଥନ କରିବା ଉଚିତ।