ଆଣ୍ଟିଜେନ ଟେଷ୍ଟ କିଟ୍‌ ଶୁଭାରମ୍ଭ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କରୋନା ପରୀକ୍ଷା ପାଇଁ ରାପିଡ ଆଣ୍ଟିଜେନ ଟେଷ୍ଟ କିଟ୍‌ ନିର୍ମାଣର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଇନ୍‌ଫୋସିଟିରେ ଏହି ଆଣ୍ଟିଜେନ ଟେଷ୍ଟ କିଟ୍‌ ନିର୍ମାଣର ଶୁଭାରମ୍ଭ କରିଛନ୍ତି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍‌ ପହଞ୍ଚିପାରିବ । ଓଡ଼ିଶାସ୍ଥିତ ବାୟୋଟେକ୍‌ କମ୍ପାନୀ ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ ଆଣ୍ଟିିଜେନ୍‌ କିଟ୍‌ ପ୍ରସ୍ତୁତ କରିବ । ଗୋଟିଏ କିଟ୍ର ମୂଲ୍ୟ ୫୦ଟଙ୍କା ରହିବ। ବଜାରରେ ମିଳୁଥିବା ଅନ୍ୟ ଟେଷ୍ଟ କିଟ୍‌ ଠାରୁ ଏହା ଶସ୍ତା। ଏଥିସହ ୧୫ ମିନିଟରେ ଟେଷ୍ଟର ଫଳ ଆସିଯିବ।

Share