ଜଣେ ବ୍ୟକ୍ତିଙ୍କର ହାର୍ଟ ସର୍ଜରୀ ପରେ ଭାଗ୍ୟ ବଦଳିଯାଇଛି। କାରଣ ତାଙ୍କ ଅଜାଣତରେ ଆକାଉଣ୍ଟକୁ ୭ କୋଟି ଟଙ୍କା ଆସିଛି। ଏହା ଜାଣିବା ପରେ ଏହି ବ୍ୟକ୍ତିଙ୍କର ଖୁସି କହିଲେ ନ ସରେ।
ଆମେରିକାର ମାସାଚ୍ୟୁଟ୍ସରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ୧ ମିଲିୟନ ଡଲାର ଅର୍ଥାତ୍ ୭ କୋଟି ଟଙ୍କାରୁ ଅଧିକ ମିଳିଛି। ଏହି ବ୍ୟକ୍ତି ଜଣକ ନିଜର ଓପନ ହାର୍ଟ ସର୍ଜରୀ କରାଇ ସୁସ୍ଥ ହୋଇଥିଲେ। ତାଙ୍କୁ ତାଙ୍କର ଜଣେ ବନ୍ଧୁ ଏକ ଲଟେରି ଟିକେଟ ଦେଇଥିଲେ। କିନ୍ତୁ କେହି ଜାଣି ନ ଥିଲେ କି ଏହି ଲଟେରିରେ ତାଙ୍କୁ ଏତେ କୋଟି ମିଳିବ।
ଏକ ରିପୋର୍ଟ ଅନୁଯାୟୀ, ଓପନ ହାର୍ଟ ସର୍ଜରୀ ପରେ ସୁସ୍ଥ ହୋଇଥିବା ଆଲେକ୍ଜାଣ୍ଡାର ମ୍ୟାକ୍ଲିସ ନାମକ ଜଣେ ବ୍ୟକ୍ତିଙ୍କୁ ତଙ୍କର ଜଣେ ବନ୍ଧୁ ଏକ ଲଟେରି ଟିକେଟ୍ ଦେଇଥିଲେ। ଯେତେବେଳେ ସେ ଟିକେଟ୍କୁ ସ୍କ୍ରାଚ୍ କଲେ ସେତେବେଳେ ଏତେ ପରିମାଣର ଟଙ୍କାର ଲଟେରି ଜିତିଥିବା ଦେଖି ଖୁସି ହୋଇଯାଇଥିଲେ।