ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…

ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍‌ ସୋମରାଜନ ୨୦୦୮ଠାରୁ ଦୁବାଇରେ ଟ୍ୟାକ୍ସି ଚଳାଉଛନ୍ତି। ସେ ଆବୁଧାବି ବିଗ୍‌ ଟିକଟ ଡ୍ରରେ ଲଟେରୀ କିଣିଥିଲେ। ତାହାର ଫଳାଫଳ ପ୍ରକାଶ ପାଇଛି। ରଞ୍ଜିତ୍‌ ଜିଣିଥିବା ସମ୍ପର୍କରେ ଲଟେରୀ ଆୟୋଜକଙ୍କ ପକ୍ଷରୁ ଫୋନ୍‌ କରି ଜଣାଇ ଦିଆଯାଇଛି। ଲଗାତାର ୩ ବର୍ଷ ଧରି ସେ ଜ୍ୟାକପଟ୍‌ ଟିକଟ କିଣୁଥିଲେ। ରଞ୍ଜିତ୍‌ଙ୍କୁ ଶୁଭେଚ୍ଛା ଜଣାଇ ଆୟୋଜକଙ୍କ ପକ୍ଷରୁ ଫେସ୍‌ବୁକରେ ଏକ ଫଟୋ ଅପଲୋଡ୍‌ କରାଯାଇଛି। ରଞ୍ଜିତ୍‌ ୩୪୯୮୮୬ ଟିକଟ କିଣିଥିଲେ ଏବଂ ୪୦ କୋଟିର ପ୍ରଥମ ପୁରସ୍କାର ଜିଣିଥିବା ଏଥିରେ ସୂଚନା ଦିଆଯାଇଛି। ରଞ୍ଜିତ୍‌ ତାଙ୍କ ୯ ଜଣ ବନ୍ଧୁଙ୍କ ସହିତ ମିଶି ଜ୍ୟାକପଟ୍‌ ଟିକଟ କିଣିଥିଲେ। ଏବେ ପୁରସ୍କାର ଟଙ୍କା ସେମାନଙ୍କ ମଧ୍ୟରେ ଭାଗବଣ୍ଟା ହେବ। ଜୁନ୍‌ ୨୯ରେ ସେମାନେ ଲଟେରୀ ଟିକଟ କିଣିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ।

Share