Categories: ଜାତୀୟ

ଛାତ ଭୁଶୁଡି ଗୋଟିଏ ପରିବାର ୫ ମୃତ

ଲକ୍ଷ୍ନୌ,୧୬।୯: ଲକ୍ଷ୍ନୌରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରର ଛାତ ଭୁଶୁଡି ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଆଲାମବାଗର ରେଲଓ୍ବେ କଲୋନୀରେ ଘଟିଛି । ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀ ସମେତ ପରିବାରର ତିନି ସନ୍ତାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବର୍ଷା ଅଧିକ ଯୋଗୁ ଘରର ଛାତ ଦୁର୍ବଳ ହୋଇଯିବା ଫଳରେ ଛାତ ଭୁଶୁଡିପଡିଥିବା କୁହାଯାଉଛି। ସଫେଇ କର୍ମଚାରୀମାନେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ, ଏହା ପରେ ପୋଲିସ ଏବଂ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

Share