Categories: ଜାତୀୟ

ବଡ଼ ଭାଇ ଚାଲିଗଲେ, ସାନ ଭାଇ ଏବେ ବେଡ୍‌ରେ: ହସ୍ପିଟାଲ ବାହାରର କରୁଣ ଦୃଶ୍ୟ

ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଘାତକ ରୂପ ଧାରଣ କରିଛି। ଏହି ମହାମାରୀ କାହା ଜୀବନ ନେଇଯାଉଛି ତ ଆଉ କେହି ଚିକିତ୍ସା ପାଇଁ ହସ୍ପିଟାଲ ବାହାରେ ଦିନ ଦିନ ଅପେକ୍ଷା କରିବାକୁ ପଡୁଛି। ଏହି ସମୟରେ ଉତ୍ତର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ଟ୍ରମା ସେଣ୍ଟରରେ ଏକ ହୃଦୟ ବିଦାରକ ଦୃଶ୍ୟ ଆସିଛି। ଏଠାରେ ଭାନୁ ପ୍ରତାପ ନାମ ଜଣେ ବ୍ୟକ୍ତି ହସ୍ପିଟାଲ ବାହାରେ ଭୋ ଭୋ ହୋଇ କାନ୍ଦୁଛନ୍ତି। ସେ କାନ୍ଦି କାନ୍ଦି କହୁଛନ୍ତି, ପରଦିନ ମୋ ବଡ ଭାଇ ଚାଲିଗଲେ, ସାନ ଭାଇ ଗୁରୁତର ଅବସ୍ଥାରେ ଏବେ ବେଡ୍‌ରେ ଅଛନ୍ତି। ଏଭଳି ପରିସ୍ଥିତିରେ ହସ୍ପିଟାଲରେ ବେଡ୍‌ ନ ଥିବାରୁ ସେ ବାହାରେ ପଡିଛନ୍ତି। ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଛି। କିନ୍ତୁ ମୁଁ କିଛି କରିପାରୁ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ପ୍ରତିଦିନ ହରାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Share