ଭୋଟ ଦେଲେ ମିଳିବ ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ରାଜଧାନୀ ଲକ୍ଷ୍ନୌ ହେଉଛି ଉତ୍ତରପ୍ରଦେଶ ରାଜନୀତିର ପାଓ୍ବାର ସେଣ୍ଟର। ତେଣୁ ଲକ୍ଷ୍ନୌରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସ୍ବତନ୍ତ୍ର ଉପହାରର ଘୋଷଣା କରାଯାଇଛି। ଭୋଟରଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ରିହାତି ଘୋଷଣା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲକ୍ଷ୍ନୌର ପେଟ୍ରୋଲ ପମ୍ପରେ ହାତରେ ଭୋଟ ଦେଇଥିବାର ଚିହ୍ନ ଦେଖାଇ ଲୋକମାନେ ପେଟ୍ରୋଲ ଓ ଡିଜେଲ ଉପରେ ୨ପ୍ରତିଶତ ରିହାତି ପାଇପାରିବେ। ଏନେଇ ଲକ୍ଷ୍ନୌ ଜିଲାପାଳ ଘୋଷଣା କରିଛନ୍ତି। ତେବେ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଭୋଟରମାନେ ପେଟ୍ରୋଲ ଓ ଡିଜେଲ ଉପରେ ରିହାତି ପାଇପାରିବେ ବୋଲି ପେଟ୍ରୋଲ ପମ୍ପ ମ୍ୟାନେଜର ସୁନୀତା ଦୀକ୍ଷିତ କହିଛନ୍ତି। ୧୦୦ପ୍ରତିଶତ ଭୋଟର ଲକ୍ଷ୍ୟ ନେଇ ଏଭଳିି ଅନନ୍ୟ ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଅଫର କେବଳ ଫେବୃଆରୀ ୨୩ ମତଦାନ ଶେଷ ହେବା ପର୍ଯ୍ୟନ୍ତ ରହିଛି।

Share