ସନରାଇଜର୍ସ ଆଗରେ ୧୭୦ ରନ୍‌ର ଟାର୍ଗେଟ ରଖିଲା ଲକ୍ଷ୍ନୌ

ମୁମ୍ବାଇ,୪।୪: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ର ସୋମବାର ୧୨ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୭ ଓ୍ବିକେଟ ହରାଇ ୧୬୯ ରନ୍‌ କରିଛି। ସନରାଇଜର୍ସ ହାଇଦ୍ରାବାଦ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌ ତରଫରୁ କେଏଲ ରାହୁଲ ୬୮ ଏବଂ ଦୀପକ ହୁଡ୍ଡା ୫୧ ରନ୍‌ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ୨୬ ରନ୍‌ ଦେଇ ୨ଟି, ଓାଶିଂଟନ ସୁନ୍ଦର ୨୮ ରନ୍‌ ଦେଇ ୨ ଏବଂ ରୋମାରିଓ ସେଫାର୍ଡ ୨ଟି ଓିକେଟ ନେଇଛନ୍ତି। ଏହା ପୂର୍ବରୁ ଟସ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା।

Share