Categories: ଖେଳ

ରାହୁଲ, ଷ୍ଟୋଇନିସ, ବିଷ୍ଣୋଇଙ୍କୁ ନେଲା ଲକ୍ଷ୍ନୌ

ମୁମ୍ବାଇ,୧୮।୧: ଆଇପିଏଲର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଆଗାମୀ ମେଗା ଅକ୍‌ଶନ ପୂର୍ବରୁ ୩ ଖେଳାଳିଙ୍କ ନାମ ସ୍ପଷ୍ଟ କରିଛି। ଏଥିରେ ଲୋକେଶ ରାହୁଲ ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ରହିଛନ୍ତି। ବିଦେଶୀ ଖେଳାଳି ଭାବେ ମାର୍କସ ଷ୍ଟୋଇନିସଙ୍କୁ ବାଛିଛି ଏହି ଫ୍ରାଞ୍ଚାଇଜ।

ଇଏସ୍‌ପିଏନ୍‌କ୍ରିକ୍‌ଇନଫୋ ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ଫ୍ରାଞ୍ଚାଇଜ ୬୦ କୋଟି ଟଙ୍କାର ପର୍ସ ସହ ଫେବୃୟାରୀରେ ହେବାକୁ ଥିବା ଅକଶନକୁ ଯିବ। ରାହୁଲଙ୍କୁ ୧୫ କୋଟି, ଷ୍ଟୋଇନିସଙ୍କୁ ୧୧ କୋଟି ଓ ବିଷ୍ଣୋଇଙ୍କୁ ୪ କୋଟି ଟଙ୍କାରେ ଦଳରେ ନିଆଯାଇଛି।

Share