ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଲେଭାନା ହୋଟେଲକୁ ନେଇ ପୋଲିସ ଏକ ବଡ଼ ସୂଚନା ଦେଇଛି। ନକ୍ସା ପାସ୍ ନ କରି ଏହି ହୋଟେଲ ନିର୍ମାଣ କରାଯାଇଛି ବୋଲି ସୋମବାର ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ ହୋଟେଲକୁ ସିଲ୍ କରିବା ସହ ଭାଙ୍ଗିବା ପାଇଁ ମଣ୍ଡଳ କମିଶନ ରୋଶନ ଜାକବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଲେଭାନା ହୋଟେଲର ବ୍ୟବସାୟିକ ନକ୍ସା ପାସ୍ ହୋଇ ନ ଥିବା କମିଶନରଙ୍କ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏହାପରେ କମିଶନରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ହୋଟେଲ ଲେଭାନାରେ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଦୁଇ ଜଣଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ବେଳେ ୨୪ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପଟେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନ ଥିବା ବେଳେ ଅଗ୍ନିଶମ ବିଭାଗ କିଭଳି ଏନ୍ଓସି ଦେଲା ସେନେଇ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏଥିସହ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ ମ୍ୟାନେଜରଙ୍କୁ ପୋଲିସ ଗିରଫ କରିଛି। ସେହିପରି ମାଲିକ ରୋହିତ ଅଗ୍ରୱାଲ ଏବଂ ତାଙ୍କ ସାଥୀଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ।
Posted inଜାତୀୟ