Categories: ଜାତୀୟ

ଲକ୍ଷ୍ନୌରେ ମହିଳା ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଲକ୍ଷ୍ନୌରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ବୁଧବାର ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ସୂଚନାଯୋଗ୍ୟ, କରୋନା ପଜିଟିଭ୍‌ ହୋଇଥିବା ମହିଳା ଜଣକ କାନପୁର ରୋଡ ସ୍ଥିତ ଲୋକବନ୍ଧୁ ହସ୍ପିଟାଲରେ ଡାକ୍ତର ଅଛନ୍ତି। ସେ ଅସୁସ୍ଥ ହେବା ପରେ ନିଜର କରୋନା ଯାଞ୍ଚ କରାଇଥିଲେ। ତେବେ ରିପୋର୍ଟରେ ତାଙ୍କର କେରାନା ପଜିଟିଭ୍‌ ଆସିଛି। ରିପୋର୍ଟ ଆସିବା ପରେ ହସ୍ପିଟାଲର ଓପିଡିକୁ ସାନିଟାଇଜ୍‌ କରାଯାଇଛି। ଏଥିସହ ହସ୍ପିଟାଲରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ତେବେ ମହିଳା ସମେତ ଲକ୍ଷ୍ନୌରେ ବତ୍ତର୍ମାନ ୨୦ କରୋନା ସକ୍ରିୟ ମାମଲା ରହିଛି। ଅନ୍ୟପଟେ ନୂଆ ଭାରିଆଣ୍ଟ ସର୍ମ୍ପକରେ ସମସ୍ତ ଡାକ୍ତରଙ୍କୁ ସୂଚନା ଦିଆଯାଇଛି ବୋଲି ଚିକିତ୍ସା ଅଧିକାରୀ ଅଜୟ ଶଙ୍କର ତିପାଠୀ କହିଛନ୍ତି।

Share