ଲକ୍ଷ୍ନୌ,୮।୭: ଲକ୍ଷ୍ନୌର ମେଟ୍ରୋ ଷ୍ଟେଶନକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହା ପରେ ରାଜଧାନୀର ପ୍ରତ୍ୟେକ ମେଟ୍ରୋ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଛି। ସୂଚନା ପାଇବା ମାତ୍ରେ ପୋଲିସ ଚାରବାଗରୁ ହଜରତଗଞ୍ଜ ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।
ଲକ୍ଷ୍ନୌର ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ଶୁକ୍ରବାର ଏକ ଫୋନ କଲ ଆସିଥିଲା। ଯେଉଁଥିରେ ମେଟ୍ରୋ ଷ୍ଟେଶନକୁ ବୋମାରେ ଉଡାଇଦେବାକୁ କରିବାର ଧମକ ଦିଆଯାଇଥିଲା। ବୋମା ବିସ୍ଫୋରଣ ବିଷୟରେ ସୂଚନା ଦେବା ପରେ କଲ କରିଥିବା ବ୍ୟକ୍ତି ଜଣଙ୍କ ମୋବାଇଲକୁ ବନ୍ଦ କରିଦେଇଥିଲେ। ମେଟ୍ରୋ ଷ୍ଟେଶନରେ ପୋଲିସର ସୁରକ୍ଷାକୁ ମଜବୁତ କରାଯାଇଛି ଏବଂ ତଦନ୍ତ ସହ ଯାଞ୍ଚ କରାଯାଉଛି।