Categories: ଫୁରସତ

୫ ଟଙ୍କାରେ ୪୫ କିଲୋମିଟର ଯାତ୍ରା କରିବ ଏହି ବାଇକ୍‌

ଲକ୍ଷ୍ନେ୍‌,୨୭।୮:ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ ହେଉଛି। ଏହି ସମୟରେ ମଧ୍ୟରେ ବାୟୁରେ ଚାଲୁଥିବା ବାଇକ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏପରି ବାଇକ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହ ଖାସ୍‌ ବାଇକ୍‌ରେ ବାୟୁ ଭର୍ତ୍ତି କଲେ ଏହା ୪୫ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ ବୋଲି ଜଣାପଡିଛି। ଏଥିପାଇଁ ମାତ୍ର ୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ବାଇକ୍‌କୁ ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ସାଇନ୍ସର ମହାନିର୍ଦ୍ଦେଶକ ଫ୍ରଫେସର ଭରତ ରାଜ ସିଂ ସିଂହ ପ୍ରସ୍ତୁତ କରିଛନ୍ତି। ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରୁହନ୍ତି। ସେ କୁହନ୍ତି, ଏହି ବାଇକରେ ଲାଗିଥିବା ସିଲିଣ୍ଡରେ ସାଧାରଣ ବାୟୁ ଭର୍ତ୍ତି କରାଯାଏ। ବାୟୁ ଭର୍ତ୍ତି କରିବା ପାଇଁ ମାତ୍ର ୫ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ୭୦ରୁ ୮୦ କିମି ପ୍ରତି ଘଣ୍ଟା ବେଗରେ ୪୫ କିମି ଚାଲିବ ପାରିବ ବୋଲି ସେ କହିଛନ୍ତି। ଲୋକ ଏହି ଖାସ୍‌ ବାଇକ୍‌ ବେଶ୍‌ ପସନ୍ଦ ମଧ୍ୟ ଆସୁଛି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ସମୟରେ ଏହି ବାଇକ୍‌ ବରଦାନ ସଦୃଶ ହେବ ବୋଲି ଲୋକେ କହିଛନ୍ତି। ଭରତ ରାଜ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

Share