ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସ୍ବାମୀ ରାଜ କୁନ୍ଦ୍ର ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହେବା ପରେ ଏବେ ଶିଳ୍ପା ଏବଂ ତାଙ୍କ ମା’ଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଶିଳ୍ପା ଏବଂ ତାଙ୍କ ମା’ ସୁନନ୍ଦା ସେଟ୍ଟୀ ଆୟୋସିସ୍ ସ୍ଲିମିଙ୍ଗ୍ ସ୍କିନ୍ ସେଲୁନ୍ ବା ସ୍ପା ନାମକ ଏକ କମ୍ପାନୀ ଖୋଲିଥିଲେ। ଏହାର ଏକ ଶାଖା ଲକ୍ଷ୍ନୌରେ ଖୋଲିବା ପାଇଁ କମ୍ପାନୀର ଅଧିକାରୀ ଅନେକ ଲୋକଙ୍କ ସହ ସମ୍ପର୍କ କରିଥିଲେ। ଲୋକଙ୍କୁ ସେଣ୍ଟର ଦେବା ବାହାନାରେ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବିଭୁତିଖଣ୍ଡ ଥାନାରେ ୨ ବ୍ୟକ୍ତି ଏତଲା ଦେଇଛନ୍ତି। ପୋଲିସ ଏହି ଦୁଇ ଅଭିଯୋଗ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି। ଲକ୍ଷ୍ନୌର ଏକ ପୋଲିସ ଟିମ୍ ଯାଞ୍ଚ୍ ପାଇଁ ମୁମ୍ବାଇରେ ପହଞ୍ଚିଛି। ଏଥିରେ ଶିଳ୍ପା ଏବଂ ତାଙ୍କ ମା’ଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଶିଳ୍ପାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଆପ୍ରେ ଅପଲୋକ କରିବା ଅଭିଯୋଗରେ ଗିରଫ ହୋଇଥିଲେ।