Categories: ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ, ବାଦ୍‌ ପଡ଼ିଲେ ମନୀଷ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ ବ୍ୟାଟିଂ କରିବ।

ଲକ୍ଷ୍ନୌ ଗୋଟିଏ ପରିବର୍ତ୍ତନ ସହ ମ୍ୟାଚକୁ ଓହ୍ଲାଇଛି। ଦଳରେ ସିନିୟର ବ୍ୟାଟର ମନୀଷ ପାଣ୍ଡେଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ସ୍ପିନର କିଷ୍ଣାପା ଗୋଥାମ୍‌ଙ୍କୁ ଦଳରେ ସାମିଲ କରାଯାଇଛି ।

Share