ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବ।

ଚେନ୍ନାଇ ୩ଟି ପରିବର୍ତ୍ତନ ସହ ମ୍ୟାଚକୁ ଓହ୍ଲାଇଛି। ଅଲ୍‌ରାଉଣ୍ଡ ମୋଇନ ଅଲୀ ଦଳରେ କମ୍‌ବ୍ୟାକ କରିଛନ୍ତି। ସେହିପରି ଆଡାମ ମିଲନଙ୍କ ବଦଳରେ ଡୱାଇନ ପ୍ରିଟୋରିୟସଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଯୁବ ତାରକା ମୁକେଶ ଚୌଧୁରୀ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଚେନ୍ନାଇ ଗୁରୁବାର ମ୍ୟାଚରେ ମିଲନ, କନୱେ ଓ ମିଚେଲ ସାଣ୍ଟନରଙ୍କୁ ବାଦ ଦେଇଛି। ଅନ୍ୟପକ୍ଷେ ଲକ୍ଷ୍ନୌ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମୋହିସିନ ଖାନଙ୍କ ବଦଳରେ ଆଣ୍ଡ୍ରିୟୁ ଟାଏଙ୍କୁ ଦଳରେ ସୁଯୋଗ ମିଳିଛି।

ଲକ୍ଷ୍ନୌ: କେ.ଏଲ୍‌ ରାହୁଲ(ଅଧିନାୟକ), କ୍ୱିଣ୍ଟନ ଡି କକ୍‌(ଉଇକେଟ କିପର), ଇଭିନ ଲୁଇସ, ମନୀଷ ପାଣ୍ଡେ, ଦୀପକ ହୁଡା, ଆୟୁଷ ବାଡୋନି, କ୍ରୁନାଲ ପାଣ୍ଡ୍ୟା, ଆଣ୍ଡ୍ରିୟୁ ଟାଏ, ଦୁଷ୍ମାନା ଚାମିରା, ରବି ବିଷ୍ଣୁ, ଆଭେଶ ଖାନ

ଚେନ୍ନାଇ : ରୁତୁରାଜ ଗାଇକୱାଡ, ରବିନ ଉତ୍‌ଥପା, ମୋଇନ ଅଲି, ଅମ୍ବାତି ରାୟଡୁ, ଏମ୍‌.ଏସ୍‌ ଧୋନି, ରବିନ୍ଦ୍ର ଜାଡେଜା (ଅଧନାୟକ), ଡୱାଇନ ପ୍ରିଟୋରିୟସ, ଶିବମ ଦୁବେ, ଡୱେନ ବ୍ରାଭୋ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେ

Share