Categories: ଖେଳ

ହାଇଦ୍ରାବାଦକୁ ୫ ଉଇକେଟରେ ହରାଇଲା ଲକ୍ଷ୍ନୌ

ଲକ୍ଷ୍ନୌ, ୭।୪: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୦ମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଲଢୁଆ ପ୍ରଦର୍ଶନ କରି ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଫଳରେ ଲକ୍ଷ୍ନୌ ୩ ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇ ୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି।

ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଅଦେନ ମାର୍‌କ୍ରମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ହାଇଦ୍ରାବାଦ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୨୧ ରନ୍‌ରେ ଅଟକି ଯାଇଥିଲା। ଫଳରେ ଲକ୍ଷ୍ନୌ ଆଗରେ ୧୨୨ ରନ୍‌ର ଟାର୍ଗେଟ୍‌ ରଖିଥିଲା ହାଇଦ୍ରାବାଦ। ଜବାବରେ ଲକ୍ଷ୍ନୌ ୧୬ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିନେଇଥିଲା। ଦଳର କ୍ରୁନାଲ ପାଣ୍ଡ୍ୟା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ୪ ଓଭରରେ ସେ ୧୮ ରନ୍‌ ଦେଇ ୩ଟି ଉଇକେଟ ନେଇଥିବା ବେଳେ ୩୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେହିପରି ଅଧିନାୟକ ଲୋକେଶ ରାହୁଲ ମଧ୍ୟ ମହତ୍ୱପୂର୍ଣ୍ଣ ୩୫ ରନ୍‌ କରିଥିଲେ। ଫଳରେ ଲକ୍ଷ୍ନୌ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

Share