Advertisement

ଅନ୍ତିମ ପର୍ଯ୍ୟାୟ ମତଦାନ: ସନ୍ଧ୍ୟା ୫ଟା ସୁଦ୍ଧା ୟୁପିରେ ୫୪.୧୮% ଭୋଟିଂ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ। ପ୍ରାୟ ୨ କୋଟିରୁ ଅଧିକ ଭୋଟର ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୟୁପିରେ ୫୪.୧୮ପ୍ରତିଶତ ମତଦାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ସେହିପରି ମିର୍ଜାପୁରରେ ୫୪.୯୩ ପ୍ରତିଶତ, ବାରାଣସୀରେ ୫୨.୭୯ ପ୍ରତିଶତ, ଭଦୋହିରେ ୫୪.୨୬ ପ୍ରତିଶତ, ସୋନଭଦ୍ରରେ ୫୬.୯୫ ପ୍ରତିଶତ, ଚନ୍ଦୋଲିରେ ୫୯.୫୯ ପ୍ରତିଶତ, ମଉରେ ୫୫.୦୪ ପ୍ରତିଶତ, ଆଜମଗଢ଼ରେ ୫୨.୩୪ ପ୍ରତିଶତ ଓ ଗାଜିପୁରରେ ୫୩.୬୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଆଜମଗଢ଼ରେ ଏସ୍‌ପି ଓ ଭାଜପା କର୍ମକର୍ତ୍ତାଙ୍କରେ ମଧ୍ୟରେ ହିଂସା ଦେଖାଦେଇଛି। କୌଣସି କଥାକୁ ନେଇ ଦୁଇ ଦଳ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହା ମାରପିଟ୍‌ରେ ଶେଷ ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share