Categories: ଖେଳ

ଟସ୍‌ ଜିତି ଲକ୍ଷ୍ନୌର ବୋଲିଂ ନିଷ୍ପତ୍ତି

ଚେନ୍ନାଇ,୩।୪: ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଆଇପିଏଲ୍‌ର ୬ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବ। ଅନ୍ୟପଟେ ଲକ୍ଷ୍ନୌର ଅଧିନାୟକ କେଏଲ୍‌ ରାହୁଲ ଦଳରେ ଏକ ପରିବର୍ତ୍ତନ କରିଛନ୍ତି। ଜୟଦେବଙ୍କ ସ୍ଥାନରେ ୟଶ ଠାକୁରଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଛି।

ଚେନ୍ନାଇ ସୁପର କିଙ୍ଗସ: ଋତୁରାଜ ଗାଏକ୍ୱାଡ, ଡେଭନ କନଓ୍ବେ୍ବ, ମୋଇନ ଅଲି, ବେନ୍‌ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ , ଶିବମ୍‌ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (ଅଧିନାୟକ/ଉଇକେଟ କିପର), ମିସେଲ ସାଣ୍ଟନର, ଦୀପକ ଚହର, ରାଜବର୍ଦ୍ଧନ ହଙ୍ଗରେକର।

ଲକ୍ଷ୍ନୌ ସୁପର ଜଏଣ୍ଟସ୍‌: କେଏଲ୍‌ ରାହୁଲ(ଅଧିନାୟକ), କାଇଲ ମେୟର୍ସ, ଦୀପକ ହୁଡ୍ଡା, କ୍ରୁନାଲ ପାଣ୍ଡ୍ୟା, ମର୍କସ୍‌ ଷ୍ଟୋନିସ୍‌, ନିକୋଲାସ୍‌ ପୁରନ(ଉଇକେଟ କିପର), ଆୟୁଶ ବଦୋନୀ, ମାର୍କ ଉଡ୍‌, ୟଶ୍‌ ଠାକୁର, ରବି ବିଷ୍ଣୋଇ, ଆଭେଶ ଖାଁ।

Share