Posted inଜାତୀୟ

ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍‌, ସାମ୍ନାକୁ ଆସିଲା ବର୍ବର Video 

ଲୁଧିଆନା,୫।୭: ପଞ୍ଜାବର ଲୁଧିଆନାରେ ଜଣେ ଶିବସେନା ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଆକ୍ରମଣ କରିବାର ବର୍ବର ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ନେତା ଗୁରୁତର ଆହତ ହୋଇଛନ୍ତି। ମଝି ରାସ୍ତାରେ ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଖଣ୍ଡାରେ ଅନେକ ଥର ଆକ୍ରମଣ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଶିବସେନା ତକସାଲି ନେତା ସନ୍ଦିପ ଥାପର ଶୁକ୍ରବାର ସକାଳେ ସମ୍ବେଦନା ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ। ଯେତେବେଳେ ସେ ଡାକ୍ତରଖାନା ବାହାରେ ଛିଡ଼ା ହୋଇଥିଲେ ସେତେବେଳେ ହଠାତ ଏକ ସ୍କୁଟିରେ ନିହାଙ୍ଗ ଶିଖ୍‌ର ୨ ଜଣ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ତୀକ୍ଷ୍ଣ ଖଣ୍ଡା ଦ୍ୱାରା ସନ୍ଦୀପଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହେବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ଉକ୍ତ ଶିଖ୍‌ମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଘଟଣା ସମୟରେ ଆଖପାଖରେ ଅନେକ ଲୋକ ଉପସ୍ଥିତ ରହିଥିଲେ। ହେଲେ ଅଭିଯୁକ୍ତଙ୍କ ନିକଟକୁ ଯିବାକୁ ସାହସ ଜୁଟାଇ ପାରି ନ ଥିଲେ। ନିହାଙ୍ଗ ଶିଖ୍‌ ସେଠାରୁ ଚାଲିଯିବା ପରେ ସନ୍ଦିପଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ସମୟରେ ଜଣେ ସୁରକ୍ଷାକର୍ମୀ ଥାପରଙ୍କ ସହ ରହିଥିଲେ। ହେଲେ ତାଙ୍କୁ ନିହାଙ୍ଗମାନେ ପ୍ରଥମରୁ ଧରି ନେଇଥିବା ସେ କହିଛନ୍ତି। ତେବେ ଥାପରଙ୍କୁ ପୂର୍ବରୁ ଅନେକ ଥର ଆକ୍ରମଣର ଧମକ ମିଳିଥିଲା। ଏହାପରେ ତାଙ୍କ ସୁରକ୍ଷାରେ ଜଣେ ବନ୍ଧୁକଧାରୀଙ୍କୁ ନିୟୋଜିତ କରାଯାଇଥିଲା। ଏବେ ଘଟଣାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

ଶିବସେନା ତକସାଲିର ଚର୍ଚ୍ଚିତ ନେତା ସନ୍ଦୀପ ଥାପର ତାଙ୍କ ଭାଷଣରେ ଖଲିସ୍ତାନ ବିରୋଧରେ ଅନେକ କଟାକ୍ଷ କରିଆସିଛନ୍ତି। ଏହାକୁ ନେଇ ତାଙ୍କୁ ଲଗାତର ଧମକ ମିଳୁଥିଲା। ଯାହାକୁ ଦୃଷ୍ଟିରେ ରଖି ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ କାର୍‌ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ପୋଲିସ୍‌ ଚକିତ କଲା ଭଳି ଖୁଲାସା କରିଛି । ସିସିଟିଭି ଫୁଟେଜ୍‌କୁ ତର୍ଜମା...

ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ

ଇମ୍ଫାଲ,୮ା୭: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ...

ସଲମାନ୍‌ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା, ଦାଖଲ ହେଲା ଚାର୍ଜସିଟ୍‌

ମୁମ଼୍ବାଇ, ୦୮।୦୭: ୨୦୨୪ ଏପ୍ରିଲ ମାସରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ମୁମ଼୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ଼ ହୋଇଥିଲା । ମୁମ଼୍ବାଇ ପୋଲିସ୍‌...

ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍‌କୋର୍ଟ ଗଲା ଇଡି

ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି...

ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା

ମୁମ଼୍ବାଇ, ୦୮।୦୭: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ...

ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଦେଲେ ଏହି ବିଭାଗ

ରାଞ୍ଚି,୮।୭: ଆଜି ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟକୁ ବିସ୍ତାର କରାଯାଇଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ଜେଏମଏମ ନେତୃତ୍ୱାଧୀନ ଗଠବନ୍ଧନର...

ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ

ନୂଆଦିଲ୍ଲୀ,୮।୭: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି। ଯେଉଁଥିରେ ୫ ଜଣ ଯବାନ...

ମାଗଣା ପାଇବେ ବିଦ୍ୟୁତ୍‌ ସେବା, ଶୀଘ୍ର କରିନିଅନ୍ତୁ ଆବେଦନ

ନୂଆଦିଲ୍ଲୀ,୮।୭: ସରକାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମାଗଣା ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ତେବେ ଏହାର ଲାଭ ଉଠାଇବାକୁ ହେଲେ ଏକ ଫର୍ମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri