Categories: ବାଣିଜ୍ୟ

ପୂର୍ବାଞ୍ଚଳ ବଜାରରେ ଲୁମିନସ୍‌ ଶ୍ରେଷ୍ଠ

ଭୁବନେଶ୍ୱର,୧୧।୧ (ଅଭୟ ଦାଶ): ଲୁମିନସ୍‌ ଇଣ୍ଡିଆ ପୁଣି ଥରେ ଘରୋଇ ବଜାରରେ ଶ୍ରେଷ୍ଠ ବ୍ରାଣ୍ଡ୍‌ ଓ ସେଲ୍‌ସର ମାନ୍ୟତା ହାସଲ କରିଛି। ଦେଶର ପୂର୍ବାଞ୍ଚଳ ରାଜ୍ୟରେ ଲୁମିନସ୍‌ ଉତ୍ପାଦ ରେଞ୍ଜ ଏକ ନମ୍ବର ସହ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି କ୍ରମାଗତ ଭାବେ ପୂର୍ବାଞ୍ଚଳର ଓଡ଼ିଶା ବଜାର ୧ନଂ. ସ୍ଥାନରେ ରହିଛି। କମ୍ପାନୀର ସ୍ବୀକୃତିପ୍ରାପ୍ତା ଡିଷ୍ଟ୍ରିବ୍ୟୁଟର ପାୟୋନିଅର କମ୍ପ୍ୟୁଟର ଆଣ୍ଡ କମ୍ୟୁକେଶନର କଟକରୋଡ୍‌ ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶାଖା ପରିଚାଳକ ଅଭିଷେକ ସିଂହ, ବିଆଇ ଗଦାଧର ରଥ ଏବଂ ଅରୁଣ କୁମାରଙ୍କ ସମେତ ପାୟୋନିଅର କମ୍ପ୍ୟୁଟର ଆଣ୍ଡ କମ୍ୟୁକେଶନର ସ୍ବତ୍ୱାଧିକାରୀ ଜ୍ଞାନରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ପାୟୋନିଅର କମ୍ପ୍ୟୁଟର ଆଣ୍ଡ କମ୍ୟୁକେଶନର ମୁଖ୍ୟ ଜ୍ଞାନରଞ୍ଜନ ସାହୁ କହିଥିଲେ, ଚଳିତ କ୍ୟାଲେଣ୍ଡର ଇୟର (ସିଓ୍ବାଇ-୨୦୨୩)ରେ ଆମେ ପୂର୍ବାଞ୍ଚଳ ରାଜ୍ୟ ଓ ଓଡ଼ିଶା ବଜାରରେ ୧ନଂ. ସ୍ଥାନରେ ରହିଥିବାବେଳେ ଇଏସ୍‌ବି ଆଣ୍ଡ ସୋଲାର ସେଲ୍‌ସରେ ମଧ୍ୟ ଆମେ ପ୍ରଥମ ସ୍ଥାନ ଅଧିକାର କରି ବେଶ୍‌ ଉତ୍ସାହିତ ଅଛୁ। ଉଲ୍ଲେଖଯୋଗ୍ୟ, ପାୟୋନିଅର କମ୍ପ୍ୟୁଟର ଆଣ୍ଡ କମ୍ୟୁକେଶନର ଶାଖା ପଟିଆ, ଲକ୍ଷ୍ମୀସାଗର, କଟକରୋଡ୍‌, ଖଣ୍ଡଗିରି ଏବଂ ପୁରୀରେ ଉପଲବ୍ଧ।

Share