Advertisement

ଜୟପୁରରେ ଲମ୍ଫି ଚିହ୍ନଟ

ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି। ଫଳରେ ଏହାକୁ ନେଇ ଜିଲାର ଗୋପାଳକଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ଏହି ରୋଗ ବ୍ୟାପିଲେ ଜିଲା ଗୋ-ଶୂନ୍ୟ ହୋଇଯିବା ନେଇ ଆଶଙ୍କା ପ୍ରକଶ ପାଇଛି। ଏହାକୁ ରୋକିବାରେ ବର୍ତ୍ତମାନଠାରୁ ପ୍ରାଣୀ ଚିକିତ୍ସା ବିଭାଗ ତତ୍ପରତା ପ୍ରକାଶ ନ କଲେ ଆଗାମୀ ଦିନରେ ଗୋରୁଙ୍କ ଉପରୁ ବିପଦ ଟଳିବା କଷ୍ଟକର ହୋଇପଡିବ ବୋଲି ଗୋ ସୁରକ୍ଷା ମଞ୍ଚର ଗଙ୍ଗାଧର ନନ୍ଦ କହିଛନ୍ତି।

ଜୟପୁରର ବିଦ୍ୟାଭୂଷଣ ନଗରରେ ରହୁଥିବା ଗଙ୍ଗାଧର ପ୍ରତ୍ୟହ ବୁଲା ଗୋରୁଙ୍କୁ ଖାଇବାକୁ ଦିଅନ୍ତି ା ଗୋଟିଏ ଗାଈର ଦେହସାରା ଘା ହୋଇଥିବା ଦେଖିବାକୁ ପାଇଥିଲେ। ସେ ଏହାର ଫଟୋ ଉତ୍ତୋଳନ କରି ପ୍ରାଣୀ ବିଭାଗ ଡାକ୍ତର ଆଲୋକ ଆଚାର୍ଯ୍ୟ, ଡାକ୍ତର ଲକ୍ଷ୍ମୀ ନାରାୟଣ ନନ୍ଦ, ଡାକ୍ତର ଲୀନା କାଲାଙ୍କ ନିକଟକୁ ପଠାଇଥିଲେ। ସେମାନେ ମଧ୍ୟ ଏହାକୁ ଭୟଙ୍କର ରୋଗ ବୋଲି କହିଥିବା ଗଙ୍ଗାଧର ସୂଚନା ଦେଇଛନ୍ତି। ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଉକ୍ତ ଅଞ୍ଚଳରେ ରାଜସ୍ଥାନ ପରି ସ୍ଥିତି ଘଟିପାରେ ବୋଲି ଆଶଙ୍କା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share