Posted inଜାତୀୟ

ଲମ୍ପି ଭାଇରସରେ ଏବେ ପର୍ଯ୍ୟନ୍ତ ୬୭ ହଜାରରୁ ଅଧିକ ଗାଈ, ମଇଁଷିଙ୍କ ମୃତ୍ୟୁ, ଦୁଗ୍ଧ ଉତ୍ପାଦନ ହ୍ରାସ

ନୂଆଦିଲ୍ଲୀ,୧୩ ।୯: ଦେଶରେ କରୋନା ଭାଇରସ ପରେ ଏବେ ସରକାରଙ୍କ ଚିନ୍ତା ବଢାଇଛି ଲମ୍ପି ଭାଇରସ । ସାରା ଦେଶରେ ଏହି ଭାଇରସରେ ଏବେ ପର୍ଯ୍ୟନ୍ତ ୬୭ ହଜାରରୁ ଅଧିକ ଗାଈ, ମଇଁଷିଙ୍କ ମୃତ୍ୟୁ ହେଲାଣି । ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ପଶୁପାଳନ ଓ ଡାଏରି ବିଭାଗର ସଚିବ ଜତିନ୍ଦ୍ର ନାଥ କହିଛନ୍ତି ବୈଠକରେ ଏହି ଭାଇରସଠାରୁ ଦୂରେଇ ରହିବାକୁ ଟିକାକରଣ ସହ ଅନ୍ୟ ଯୋଜନା ବିଷୟରେ ଆଲୋଚନା ହେବ ।
ଜତିନ୍ଦ୍ର ନାଇ ସ୍ୱୌନ କହିଛନ୍ତି, ଏବେ ଏହି ରୋଗର ନିଦାନ ପାଇଁ ‘ଗୋଟ ଫକ୍ସ’ ଟିକାର ବ୍ୟବହାର କରାଯାଉଛି । ଏହା ୧୦୦ ପ୍ରତିଶତ ପ୍ରଭାବଶାଳୀ ରହୁଥିବା କୁହାଯାଉଛି । ହେଲେ ଏହି ଟିକାର ସଂଖ୍ୟା ସିମିତ ହୋଇଥିବାରୁ ଏହା ସମସ୍ୟା ହୋଇଛି । ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀକୁ ଅଧିକରୁ ଅଧିକ ଟିକା ପ୍ରସ୍ତୁତ କରିବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ବଡ଼ ଆକ୍ସନ, ୪୦ ନେତା ବହିଷ୍କୃତ

ମୁମ୍ବାଇ,୬।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ ଦେବା ପୂର୍ବରୁ ମଧ୍ୟ ଭାଜପା ଦଳର ୪୦ ନେତା ଓ କର୍ମୀଙ୍କୁ ବହିଷ୍କାର...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

ବଡ଼ ଖବର: ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଯୋଗୀ! ଏମିତି କହିଦେଲେ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦେବା ନିଶ୍ଚିତ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଧାୟକ ହାଜି ରାଫିକ...

ସିଦ୍ଦାରାମାୟାଙ୍କୁ ହାଇକୋର୍ଟ ନୋଟିସ

ବେଙ୍ଗାଲୁରୁ,୬ା୧୧: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ...

ୟୁପି ମଦ୍ରାସା ଆଇନ ବୈଧ

ନୂଆଦିଲ୍ଲୀ,୬।୧୧: ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ଆଲ୍ଲାହାବାଦ...

ଅଧା ରହିଗଲା ଶାରଦାଙ୍କ ସ୍ବପ୍ନ

ବାରାଣସୀ,୬।୧୧: ରାମଲଲାଙ୍କୁ ଦେଖିବା ପରେ ମୋତେ ଦରବାରକୁ କୋର୍ଟକୁ ମଧ୍ୟ ଯିବାକୁ ପଡିବ । ମୋତେ ତାଙ୍କ ପାଦତଳେ ପ୍ରଣାମ କରିବାକୁ ପଡିବ, ଦେଖିବା ଏହି...

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri