ନିର୍ମାଣର ୨ ମାସରେ ଲୁଣାଘେରି ବନ୍ଧ ରାସ୍ତା ନଷ୍ଟ

କୁଜଙ୍ଗ,୧୪।୧୦(ମନୋଜ ପ୍ରଧାନ): ଏରସମା ବ୍ଲକ ମାହାଙ୍ଗା ନଦୀ ନିକଟ ବାଲିତୁଠରୁ ଢିଙ୍କିଆକୁ ସଂଯୋଗ କରୁଥିବା ଲୁଣା ଘେରିବନ୍ଧ ରାସ୍ତା ନିର୍ମାଣ ସରିବାର୨ ମାସ ମଧ୍ୟରେ ନଷ୍ଟ ହୋଇଯାଇଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ନେଇ ଅଭିଯୋଗ ହୋଇଛି।
୩ କିଲୋମିଟର ଲମ୍ବ ଏହି ରାସ୍ତା ଉପରେ ଢିଙ୍କିଆ, ନୂଆଗାଁ ଓ ବାଲିତୁଠ ପଞ୍ଚାୟତର ବହୁ ଲୋକ ନିର୍ଭରଶୀଳ ା ରାସ୍ତାଦେଇ ଏରସମା ବ୍ଲକର ଅନେକ ଲୋକ ତୈଳ ବିଶୋଧନାଗାର ସମେତ ପାରାଦୀପ ବନ୍ଦର ଓ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ଅଞ୍ଚଳକୁ ଯାତାୟାତ କରନ୍ତି। ବିଶେଷକରି ଢିଙ୍କିଆ ପଞ୍ଚାୟତର ୫ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ବାଟ ଦେଇ ବ୍ଲକ ସଦର ମହକୁମା ଓ ଏରସମା ତହସିଲ ସମେତ କଟକ ଭୁବନେଶ୍ୱରକୁ ଯାଇଥାନ୍ତି। ଏହି ରାସ୍ତା ଜଳସମ୍ପଦ ବିଭାଗର ଲୁଣାଘେରି ବନ୍ଧ ଅଧୀନରେ ରହିଛି ା ରାସ୍ତା ମରାମତି ପାଇଁ ୬ମାସ ତଳେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ମରାମତିର ୨ ମାସ ପରେ ପିଚୁ ଓ ମେଟାଲ ଉଠି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ା ଏହାଛଡ଼ା ନିର୍ମାଣ ସମୟରେ ସୂଚନା ଫଳକ ଲଗାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଲିତୁଠର ଯୁବନେତା ରମେଶ ଚନ୍ଦ୍ର ପରିଡା କହିଛନ୍ତି, ଲୁଣାଘେରି ବନ୍ଧ ରାସ୍ତା କାର୍ଯ୍ୟରେ ଜନସାଧାରଣଙ୍କୁ ଅନ୍ଧକାରରେ ରଖାଯାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି।ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବାଲିତୁଠ ଲୁଣା ଘେରି ବନ୍ଧ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଅଶ୍ୱିନୀ ସେନାପତିଙ୍କ ଦୃଷ୍ଟି ଆକର୍ଷଣ କରିବାରେ, ଦୁଇମାସ ହେଲା ସେ ଦାୟିତ୍ୱରେ ଅଛନ୍ତି।ସେ ଏଠାରେ ଯୋଗଦେବାର ୪ମାସ ପୂର୍ବରୁ ଏହି କାମ ସରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ...

ଭାଜପାର ମିଥ୍ୟା ପ୍ରତିଶ୍ରୁତି ଲୋକଲୋଚନକୁ ଆଣିବା ପାଇଁ ଦୃଢ଼ ପ୍ରତିଜ୍ଞା, ଜିଲାର ଦାୟିତ୍ୱ ବାହାର ରାଜ୍ୟ ନେତାଙ୍କୁ ନ ଦେଇ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ୧୦ ନଂ ଜୋନ୍‌ର...

ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ

ପାଟଣା,୨୬ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା କଲରାଟାଙ୍ଗର ସାହି ପୋଖରୀରୁ ଗୁରୁବାର ୨ରୁ ୩ ଦିନର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri