ଗ୍ରହଣ ଶେଷ ହେବା ପରେ ହେଲା ସ୍ବତନ୍ତ୍ର ନୀତିକାନ୍ତି

ସୋରଡା, ୦୮।୧୧: ଗଞ୍ଜାମ ଜିଲା ସୋରଡା ଅଞ୍ଚଳରେ ବୋଇତ ଭସାଣି ପରମ୍ପରା ଓ ଦେବ ଦର୍ଶନ ନୀତି ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହୋଇ ସକାଳ ୫ଟା ୩୦ରେ ସମ୍ପର୍ଣ୍ଣ ହୋଇଯାଇଛି। ରାତ୍ର ୨ଟାରୁ ଲୋକମାନେ ଋଷିକୁଲ୍ୟା ନଦୀ, ଜରଉ ନଦୀ, ଜଳଭଣ୍ଡାରମାନଙ୍କରେ ସମସ୍ତେ ଡଙ୍ଗା ଭସାଇଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ ଓ ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ନିଜ ନିଜ ପରିବାରଙ୍କ ସହ ଭୋରରୁ ବୋଇତ ଭସାଇଥିଲେ। ଏଥିସହ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ଶିବ ମନ୍ଦିରମାନଙ୍କରେ ଭୋରରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସବୁ ମନ୍ଦିରରେ ମହିଳାମାନେ ସତନ୍ତ୍ର ପୂଜା କରିଥିଲେ। ଏହାପରେ ଚନ୍ଦ୍ରଗ୍ରହଣ ନିୟମାନୁଯାଇ ସମସ୍ତ ମନ୍ଦିର ବନ୍ଦ କରଯାଇଥିଲା। ତେବେ ସନ୍ଧ୍ୟାରେ ଗ୍ରହଣ ଶେଷ ହେବା ପରେ ମନ୍ଦିର ଫିଟାଯାଇ ଠାକୁରଙ୍କ ସ୍ବତନ୍ତ ନୀତିକାନ୍ତି କରାଯାଇ ଆଳତି ଓ ଭୋଗ ଲାଗି ହୋଇଥିଲା।

Share