Categories: ଜାତୀୟ

ମିଶନ ଚନ୍ଦ୍ରାୟାନ: ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟାନ-୩

ନୂଆଦିଲ୍ଲୀ,୪।୮: ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟାନ-୩। ଶନିବାର ଦେଶ ପାଇଁ ସବୁଠାରୁ ବଡ ଦିନ। ଆସନ୍ତାକାଲି ଇସ୍ରୋ ବଡ ସଫଳତା ହାସଲ କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଏନେଇ ସୂଚନା ଦେଇଛି। ଇସ୍ରୋ କହିଛି, ଜୁଲାଇ ୧୪ରେ ଆରମ୍ଭ ହୋଇଥିବା ଚନ୍ଦ୍ରୟାନ-୩ ପୃଥିବୀରୁ ପ୍ରାୟ ଦୁଇ ତୃତୀୟାଂଶ ଦୂରତା ଅତିକ୍ରମ କରିସାରିଛି।

ଲୁନାର ଅର୍ବିଟ ଇଞ୍ଜେକ୍ଟ ଅଗଷ୍ଟ ୫ ସା ୭ଟାରେ ଚନ୍ଦ୍ର କକ୍ଷପଥରେ ଅପସ୍ଥାପିତ ହେବା ପାଇଁ ପ୍ରସ୍ତୁତ ହେବ। ଏହି ପ୍ରକ୍ରିୟା ସେତେବେଳେ ପୂରଣ ହୋଇପାରିବ ଯେତେବେଳେ ଚନ୍ଦ୍ରୟାନ ଚନ୍ଦ୍ରର ନିକଟତର ହେବ। ଅଗଷ୍ଟ ୨୩ରେ ଏହା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ।

Share