କଥାରେ ଅଛି-‘କ୍ୟାନ୍ସର ନୋ ଆନସର’। ହେଲେ ଆଜିକାଲି ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ନୂଆ ଚିକିତ୍ସା ପ୍ରଣାଳୀ ଅନୁସରଣ କରାଯାଉଛି। କେତେକ କ୍ୟାନ୍ସରକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରି ତାହାକୁ ଆରୋଗ୍ୟ କରାଯାଇପାରୁଛି। ନିକଟରେ ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ ଫୁସଫୁସ କ୍ୟାନ୍ସରକୁ ସହଜରେ ଚିହ୍ନଟ କରିହେବ। ଏଥିପାଇଁ ୟୁନିଭର୍ସିଟି ଅଫ କାଲିଫର୍ନିଆର କ୍ୟାନ୍ସର ବିଜ୍ଞାନୀମାନେ ଏକ ନୂଆ ସଫ୍ଟଓ୍ବେର ପ୍ରସ୍ତୁତ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇ ସଫଳତା ମିଳିଛି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ପ୍ରଣାଳୀକୁ ଆହୁରି ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ କରିବାକୁ ଆହୁରି କିଛି ସମୟ ଲାଗିବ ବୋଲି ରିପୋର୍ଟରୁ ଜଣାପଡିଛି।